Unknown

 

 

 

 

 

 

 

 

 

 

ଲେଖା-ଚଉତିଶା

ମଦନମୋହନ ପଟ୍ଟନାୟକ

 

୧ ନମ୍ବର

 

କରଇ ସାଧବ ଆୟ ଯେତେ ତ୍ରିଦିନରେ

ସପତଦିବସେ ତେତେ ଟଙ୍କା ବ୍ୟୟକରେ

ନଦିନରେ ତେତେ ଦାନ            କରଇ ଯଥା ବିଧାନ

ଏହିପରି ଏକଶତ ଛବିଶଦିନରେ

ଦୁଇଶଟଙ୍କା ରଖିଥିଲା ତା ହସ୍ତରେ

କହ ହେ ସୁବୋଧ ଶିଶୁ ମାସି ଆୟ ତାରେ । ୧ ।

 

୧ ଜଣ ସାଧବ ୩ ଦିନରେ ଯେତେ ଆୟ କରେ ୭ଦିନରେ ତେତେ ବ୍ୟୟ କରେ । ୯ ଦିନରେ ତେତେ ଟଙ୍କା ଦାନ କରେ । ଏହିପରି ୧୨୬ ଦିନରେ ୨୦୦ ଟଙ୍କା ଜମା କରିଥିଲା ତାହାର ମାସିକ ଆୟ କେତେ ।

 

୩ ଦିନର ଆୟ ୧୧ଟଙ୍କା (କଳ୍ପନା) ୧୨୬ଦିନରେ

୧୨୬୩୪୨; ୧୨୬୭୧୮ ୧୨୬୯୧୪; ୪୨(୧୮+୧୪)୧୦  ୧୦: ୨୦୦ ୧: ଅ;

୨୦ ୩ ଦିନର ଆୟ ୨୦୧ ଟଙ୍କା ଏକ ମାସକୁ ୨୦୧ ଟଙ୍କା ।

 

୨ ନମ୍ବର

 

ଖମ୍ବ ଉଚ୍ଚ ନବହସ୍ତ ତାତଳେ ବିବର

ତହୁଁ ସପ୍ତବିଂଶହସ୍ତ ଦୂରେ ଅହିବର

ଖମ୍ବାଗ୍ର-ମୟୂରଡ଼ରେ            ପଳାଏ ଗର୍ତ୍ତମୁଖରେ

ମୟୂର ତାହାକୁ ଆକ୍ରମିଲା ଶୀଘ୍ରତର

ସମ୍ପାତ ସ୍ଥାନୁ ଉଭୟ ଗତି ସମଦୁର

କେତେହାତ ଗାତଥିଲା ସର୍ପକୁ ଅନ୍ତର ।

 

୯ ହାତ ଉଚ୍ଚ ଖମ୍ବ ଉପରେ ଗୋଟିଏ ମୟୂର ବସିଥିଲା ସେହି ଖମ୍ବ ମୂଳ ଗର୍ତ୍ତଠାରୁ ୨୭ ହାତ ଦୁରେ ଗୋଟିଏ ସର୍ପ କ୍ରୀଡ଼ା କରୁଥିଲା । ମୟୂର ସର୍ପକୁ ଦେଖି ତାହା ଉପରେ ମାଡ଼ି ପଡ଼ିଲା ଏବଂ ସର୍ପ ମୟୂର ଦେଖି ସ୍ତମ୍ଭମୂଳଗର୍ତ୍ତାଭିମୂଖେ ପଳାୟନ କଲା । ଯେଉଁସ୍ଥାନରେ ମୟୂର ଓ ସର୍ପର ସମ୍ପାତ ହେଲା ସେ ସ୍ଥାନଠାରୁ ସ୍ତମ୍ଭାଗ୍ର ଏବଂ ସର୍ପର ପ୍ରଥମଦୃଷ୍ଟିସ୍ଥାନ ସମାନ ଅଟେ, ତାହା ହେଲେ ଆଉ କେତେହାତ ଯାଇଥିଲେ ସର୍ପ ଗର୍ତ୍ତରେ ପଶିଥାନ୍ତା ।

 

ନିୟମ । ସମକୋଣୀ ତ୍ରିଭୁଜର କର୍ଣ୍ଣ ଓ ଏକବାହୁରେ ଯୋଗଫଳ ଜଣାଥିଲେ, ଆପର ବାହୁର ବର୍ଗକୁ ଏହି ଯୋଗଫଳଦ୍ୱାରା ଭାଗ କର । ପରେ ଏହି ଭାଗଫଳକୁ ଉପରୋକ୍ତ ଯୋଗଫଳରେ ଯୋଗକରି ଅର୍ଦ୍ଧେ ନେଲେ କର୍ଣ୍ଣ; ଏବଂ ବିଯୁକ୍ତ କରି ଅର୍ଦ୍ଧେ ନେଲେ ଅନ୍ୟବାହୁର ଫଳ ଆସିବ ।

 

÷୨୭=୮୧÷୨୭=୩ (୨୭+୩)÷୨=୧୫ ହାତ ମୟୂରର ଗତି (୨୭-୩)÷୨=୧୨ ହାତ ଯାଇଥିଲେ ସର୍ପ ଗର୍ତ୍ତରେ ପଶିଥାନ୍ତା ।

 

୩ ନମ୍ବର

 

ଗଗନରେ ସୂର୍ଯ୍ୟ ଯହୁଁ ହୋଇଲେ ଉଦିତ,

ସରସାରେ ହେଲାତହୁଁ ପଦ୍ମ ପ୍ରସ୍ଫୁଟିତ

ପୋଖରୀମଧ୍ୟ-ନଳିନ            ଜଳଠାରୁ ବ୍ୟବଧାନ

ଦ୍ୱାଦଶ ଆଙ୍ଗୁଳ ଥିଲା ଉର୍ଦ୍ଧ୍ୱକୁ ଉନ୍ନତ

ବାୟୁଯୋଗେ ଦୁଇହସ୍ତେ ଜଳରେ ମଜ୍ଜିତ

କହ ପ୍ରିୟଛାତ୍ର-ବୃନ୍ଦ ଜଳ ପରିମିତ

 

ପୁଷ୍କରିଣୀମଧ୍ୟରେ ଏକ ପଦ୍ମଫୁଲ ପାଣିଠାରୁ ବା ୦। ୧୨ ଆଙ୍ଗୁଳି ଉଚ୍ଚ ଥିଲା ପରେ ବାୟୁଯୋଗରେ ୨ ହାତ ଦୁରେ ଜଳମଗ୍ନ ହେଲା ତେବେ ସେ ପୁଷ୍କରିଣୀରେ କେତେ ହସ୍ତ ଜଳ ଅଛି । ୩ ।

 

ନିୟମ । ସମକୋଣୀ ତ୍ରିଭୁଜର ଭୂମି, ଏବଂ କର୍ଣ୍ଣ ଓ କୋଟିର ବିଯୁକ୍ତ ଫଳ ଜଣା ଥିଲେ ଏହି ଦୁହିଁଙ୍କର ବର୍ଗ ଫଳର ଯୋଗ ଫଳକୁ ଉପରୋକ୍ତ କର୍ଣ୍ଣ ଓ କୋଟିର ବିଯୁକ୍ତ ଫଳର ଦୁଇଗୁଣରେ ଭାଗ କଲେ କର୍ଣ୍ଣ; ଏବଂ ସେହି ଦୁଇବର୍ଗଫଳର ବିଯୁକ୍ତ ଫଳକୁ ଭାଗ କଲେ କୋଟି ଆସିବ ।

 

୨ହାତ ୪୮ ଆଙ୍ଗୁଳି ୨୩୦୪୧୪୪୨୪୪୮

୨୪୪୮(୧୨×୨)୧୦୨କର୍ଣ୍ଣ

୨୩୦୪୧୪୪୨୧୬୦

୨୧୬୦ (୧୨×୨)୯୦ କୋଟି

୯୦ ଆଙ୍ଗୁଳିହା ୩।୧୮ ଆଙ୍ଗୁଳି ପାଣି ।

 

୪ ନମ୍ବର

 

ଘନବନେ ଏକଦଳ ଭୃଙ୍ଗ ଥିଲେ ରହି

ଅର୍ଦ୍ଧାଂଶ ଉଡ଼ିଣ ଗଲେ ଚତୁର୍ଥାଂଶ ତହିଁ

ଗଲେ ମାଳତୀକୁସୁମେ            ଅଷ୍ଟମାଂଶ ପଦ୍ମବନେ

ଚବିଶ ଗୋଟି ଭ୍ରମର ଅବଶିଷ୍ଟ ରହି

କହ ପ୍ରିୟଛାତ୍ରବୃନ୍ଦ ଭୃଙ୍ଗସଂଖ୍ୟା ତହିଁ ।

କେଉଁଠାରେ କେତେ ଗଲେ ଆନନ୍ଦିତ ହୋଇ ।

 

ଭ୍ରମର ସମୁହ ଏକତ୍ର ହୋଇ ଅର୍ଦ୍ଧାଂଶ ଉଡ଼ି ଗଲେ ଚତୁର୍ଥାଂଶ ମାଳତୀକୁସୁମକୁ ଗଲେ ଅଷ୍ଟମାଂଶ ପଦ୍ମଫୁଲକୁ ଗଲେ ଅବଶିଷ୍ଟ ୨୪ ଗୋଟି ଭ୍ରମର ଥିଲେ ସମସ୍ତ ଭ୍ରମରସଂଖ୍ୟା କେତେ । କେଉଁ ସ୍ଥାନକୁ କେତେ ଲେଖାଏଁ ଗଲେ ।

 

: ୧ : : ୨୪ : ଅ =୧୯୨ ଭ୍ରମର ସଂଖ୍ୟା ।

୯୬ ଉଡ଼ିଗଲେ, ୪୮ ମାଳତୀବନେ, ୨୪ ପଦ୍ମବନେ ଗଲେ ।

 

୫ ନମ୍ବର

 

ଅଛି ଯେତେ ଧାଡୀ ବୃକ୍ଷ ବଗିଚାମଧ୍ୟରେ

ତେତେକ ବୃକ୍ଷ ଅଛଇ ଏକର ଧାଡ଼ୀରେ

ତରୁକେ ତେତେକ ଡାଳ            ଡାଳେ ବୃକ୍ଷ ସମ ଫଳ

ଟଙ୍କାକରେ ଷୋଳଗୋଟି ଫଳ ବିକ୍ରି କରେ

ଫଳ ହେଲା ଦୁଇଶତଛପନ ଟଙ୍କାରେ

କହ ପ୍ରିୟ କେତେ ବୃକ୍ଷ, ଫଳ; ସଂଖ୍ୟା ତାରେ । ୫ ।

 

ଗୋଟିଏ ବଗିଚାରେ ଗଛ ଯେତେ ଧାଡ଼ୀ; ଧାଡ଼ୀକେ ତେତେ ଗଛ; ଗଛକେ ତେତେ ଡାଳ; ଡାଳକେ ତେତେ ଲେଖାଏଁ ଫଳ ତୋଳି ଆଣି ୧ଟଙ୍କାକୁ ୧୬ ଗୋଟା ଦରରେ ସର୍ବସୁଦ୍ଧା ୨୫୬ଟଙ୍କା ବିକ୍ରି କଲା; ତାହା ହେଲେ ଗଛ; ଡାଳ; ଫଳ ପ୍ରଭୃତି ସଂଖ୍ୟା କେତେ ଲେଖାଏଁ ହେବ ।

 

ଫଳ ୪୦୯୬ ର ଚତୁର୍ଥ ମୂଳ ନିର୍ଣ୍ଣୟ ଫଳ  ୮ଧାଡ଼ି ; ଧାଡ଼ୀକେ ୮ ବୃକ୍ଷ ; ବୃକ୍ଷକେ ୮ ଡାଳ; ଡାଳକେ ଗୋଟି ଲେଖାଏଁ ଫଳ ହୋଇଥିଲା ।

 

୬ ନମ୍ବର

 

ଚତୁର୍ଦ୍ଦଶ ଶତ ସମଭାଗେ ନେଇ ଧନ

ଚାରିମାସ ବ୍ୟବସାୟ କଲେ ଦୁଇଜଣ

ଘେନି ମୂଳ ଆଠଶହ;            ତୃତୀୟଜଣ ମିଳିତ

ତିନିଜଣେ ଛମାସରେ ପାଁଚଶତ ପୁଣ

ଷାଠି ଟଙ୍କା ଲାଭକରି କଲେକ ବଣ୍ଟନ

କାହା ଅଂଶ କେତେ ହେବ କହ ଛାତ୍ରଗଣ ।

 

ଦୁଇଜଣ ବ୍ୟକ୍ତି ୧୪୦୦ ଟଙ୍କା ମୂଳଧନ ନେଇ ୪ ମାସ ବାଣିଜ୍ୟ କଲେ ପରେ ଆଉ ୧ ଜଣ ୮୦୦ ଟଙ୍କା ନେଇ ତାଙ୍କ ସହିତରେ ଯୋଗ ଦେଲା ଏ ୩ ଜଣ ଏକତ୍ରେ ୬ ମାସ ବାଣିଜ୍ୟ କଲେ; ସର୍ବସୁଧା ୫୬୦/- ଟଙ୍କା ଲାଭ କଲେ; କାହା ଅଂଶ କେତେ ;

 

୧ମ ୨ଜଣ ୧୪୦୦/- ଟଙ୍କାରେ ୧୦ ମାସ ବାଣିଜ୍ୟ କଲେ ୧୪୦୦×୧୦=୧୪୦୦୦ । ୩ୟ ଜଣ ୮୦୦ଟଙ୍କାରେ ୬ମାସ ୮୦୦×୬=୪୮୦୦ ୧୪୦୦୦+୪୮୦୦=୧୮୮୦୦ । ୧୮୮୦୦: ୧୪୦୦ : : ୫୬୦ : ଅ

 

୨ୟ ଜଣର ଅନୁପାତ ୧୮୮୦୦: ୪୮୦୦ : : ୫୬୦ : ଅ

 

୭ ନମ୍ବର

 

ଛପନହସ୍ତ ଯେ ବଂଶ-ବୃକ୍ଷ ପରିମାଣ;

ଛିନ୍ନ ହେଲା ବାୟୁଯୋଗେ କେତେ ହସ୍ତ ପୁଣ;

ମୂଳୁଁ ଅଠାଇଶ ଦୂରେ            ଅଗ୍ରଭାଗ ଅବନୀରେ

ଲାଗିଲା ଆସି ସୁବୋଧ ବାଳକେ ବହନ;

ଅଭଗ୍ନ-ଅଂଶ ତାହାର କେତେହସ୍ତ ପୁଣ;

ଭଗ୍ନ-ଅଂଶ ତାହାର କେତେ ହେବ କହହେ ବହନ । ୭ ।

 

୫୬ ହାତ ଉଚ୍ଚ, ଗୋଟିଏ ବଂଶବୃକ୍ଷ ବାୟୁଯୋଗେ ଭଗ୍ନ ହୋଇ ମୂଳରୁ ୨୮ ହାତ ଦୂରେ ଭଗ୍ନ ଅଂଶର ଅଗ୍ରଭାଗ ଭୂମି ସ୍ପର୍ଶ୍ୱ କଲା । ତାହା ହେଲେ ଅଭଗ୍ନଅଂଶ ଓ ଭଗ୍ନଅଂଶ କେତେ ?

 

ନିୟମ । ଭୂମିର ବର୍ଗକୁ କର୍ଣ୍ଣ ଓ କୋଟିର ଯୋଗଫଳରେ ଭାଗ କରି ଭକ୍ତ ଭାଗଫଳକୁ, କୋଟି ଓ କର୍ଣ୍ଣର ଯୋଗଫଳରେ ଯୋଗକରି ଅର୍ଦ୍ଧାଂଶ ନେଲେ କର୍ଣ୍ଣ; ଆଉ ସେହି ଭାଗଫଳକୁ କୋଟି ଓ କର୍ଣ୍ଣର ଯୋଗଫଳରୁ ବିୟୋଗ କରି ଅର୍ଦ୍ଧାଂଶ ନେଲେ କୋଟି ଆସିବ ।

 

୮ ନମ୍ବର

 

ଜନକର କର୍ଜ୍ଜ ଥିଲା ନ ଜାଣେ କୁମର,

ଟଙ୍କାରେ ସଉକି ସୁଧ ଚକ୍ରବୃଦ୍ଧି ଧର;

ଏକଟଙ୍କା ପ୍ରଥମରେ            ଦୁଇଟଙ୍କା ଦ୍ୱିତୀୟରେ;

ତିନିଟଙ୍କା ଦେଲା ତହିଁ ତୃତୀୟ ବତ୍ସର,

ସବୁଧନ ପରିଶୋଧ ହେଲା ସାଧବର;

କହ କେତେ କର୍ଜ୍ଜ ନେଇଥିଲା ତା ପିଅର । ୮ ।

 

ପିତା ୧ମ ବର୍ଷରେ କେତେ କର୍ଜ୍ଜ ନେଇଥିଲା ପୁତ୍ର ତାହା ଜାଣି ନାହିଁ । ୧ଟଙ୍କାକୁ ୧ ବର୍ଷକୁ ସୁଦ୍ଧ ଟ ୦ । ଚାରିଅଣା ଚକ୍ରବୃଦ୍ଧି ହିସାବରେ ଏବର୍ଷ କଳନ୍ତର ଆସନ୍ତା ବର୍ଷକୁ ମୂଳ । ପୁତ୍ର ସାଧବକୁ ୧ମ ବର୍ଷ ୧/-ଟଙ୍କା; ୨ୟ ବର୍ଷ ୨/-ଟଙ୍କା; ୩ୟ ବର୍ଷ ୩/- ଟଙ୍କା ଦେଇ ପରିଶୋଧ କଲା । ପ୍ରଥମବର୍ଷ କେତେ କର୍ଜ୍ଜ ନେଇଥିଲା ।

 

୩ୟ ବର୍ଷ ୩୧ଟଙ୍କାରେ ପରିଶୋଧ ହୋଇଥିବାରୁ ୩ୟ ବର୍ଷକୁ ସୁଧ ମୂଳ ମିଶି ୩୧ଟଙ୍କା ।

 

୧ଟଙ୍କାକୁ ସୁଧ ୦ ।

 

୯ ନମ୍ବର

 

ଝାଡ଼ ଶତହସ୍ତ ଉର୍ଦ୍ଧ୍ୱେ ଦୁଇଟି ବାନର,

ତଳୁଁ ଦୁଇଶତହସ୍ତଦୁରେ ସରୋବର,

ମର୍କଟେ ବୃକ୍ଷୁଁ ଓହ୍ଲାଇ            ଜଳାଶୟେ ପାଣି ଖାଇ

ଅନ୍ୟ କପି ଉର୍ଦ୍ଧ୍ୱେ ଡେଇଁ ଆସେ କର୍ଣ୍ଣଧାର

ଉଭୟଙ୍କ ଗତିପଥ ଅଟେ ସମଦୂର,

କେତେ ହସ୍ତ ଉର୍ଦ୍ଧେ ଡେଇଁଥିଲା କପିବର । ୧ ।

 

୧୦୦ ହାତ ଉଚ୍ଚ ଗୋଟିଏ ବୃକ୍ଷ ଉପରେ ୨ଗୋଟି ମାଙ୍କଡ଼ ବସିଥିଲେ ଗୋଟିଏ ମାଙ୍କଡ଼ ଗଛରୁ ତଳକୁ ଓହ୍ଲାଇ ଜଳାଶୟରେ ପାଣି ଖାଇଲା; ଅପରଟି ଉପରକୁ କେତେହାତ ଡେଇଁ କର୍ଣ୍ଣରେଖାମାର୍ଗରେ ପାଣି ଖାଇଲା ଉଭୟଙ୍କ ଗତିପଥ ସମାନ ତେବେ ଅପର ବାନର କେତେହସ୍ତ ଉର୍ଦ୍ଧ୍ୱକୁ ଡେଁଇଥିଲା ।

 

ବୃକ୍ଷ ୧୦୦ ହାତ, ଜଳାଶୟ ଦୂର ୨୦୦ହାତ ୧୦୦୨୦୦୩୦୦ ଦୁଇ ବାନରଙ୍କର ଗତିପଥ, କର୍ଣ୍ଣ ଓ କୋଟି ;  (୭ମ ଲେଖାର ନିୟମ ଦେଖ)


 

୧୦ ନମ୍ବର

 

ନବମାଣ ସଙ୍ଗେ ଅଛି ଗୁଣ୍ଠ ଯେ ପନ୍ଦର

ନିର୍ଣ୍ଣୟ ଦୀର୍ଘ ପ୍ରତି ତା ଯେତେ ହେବ ସ୍ଥିର

ଲମ୍ବ ଓସାର ବିୟୋଗ            କଲେ ଏକ ଶେଷଭାଗ

କେତେ ଦୀର୍ଘ କେତେ ପ୍ରସ୍ଥ ଶୀଘ୍ରେ କର ସ୍ଥିର

ସୁଶୀଳବାଳକେ ଚିତ୍ତେ କର ସୁବିଚାର ।

ଦୁଇଶ ଚାଳିଶ ଗୁଣ୍ଠ ଅଟେ ଗୁଣଫଳ ।

 

ଜମି ଅଛି ୯।୧୫ ଗୁଣ୍ଠ ଦୀର୍ଘରୁ ପ୍ରତିକି ଫେଡ଼ିଲେ ୧ ରହେ ଦୀର୍ଘ କେତେ ପ୍ରତି କେତେ ।

 

ନିୟମ । ବିଯୁକ୍ତଫଳର ଅର୍ଦ୍ଧାଂଶର ଗୁଣଫଳରେ ଯୋଗ କରି ଯୋଗଫଳର ବର୍ଗମୂଳ ନିଅ ଉକ୍ତ ବର୍ଗମୂଳ ସହ ବିଯୁକ୍ତ ଫଳରେ ଅର୍ଦ୍ଧାଂଶ ଯୋଗକଲେ ବୃହତରାଶି, ବିୟୋଗ କଲେ ଲଘୁରାଶି ହେବ ।

 

୧୧ ନମ୍ବର

 

ଟଙ୍କଧର ପୂଜାକରେ ଆନନ୍ଦେ ରାଜନ

ଟଙ୍କାକରେ କିଣେ ପାଞ୍ଚ ନଳିନ କୁସୁମ

ଆଦ୍ୟଦିନେ ପୁଷ୍ପ ଏକ            ଦ୍ୱିତୀୟରେ ଦୁଇ ଲେଖ

କ୍ରମେ ଏକ ଚଢ଼ାକରି ଦେଲାକ ବହନ

ଛଶତ ଅଠଚାଳିଶ ମୂଦ୍ରାବ୍ୟୟ ଜାଣ ।

କହ ଛାତ୍ରେ ପୁଷ୍ପ ଚଢ଼ାଇଲା କେତେଦିନ ।

 

କେଉଁ ରାଜା ମହାଦେବଙ୍କୁ ୧ମ ଦିନରେ ଗୋଟିଏ ଫୁଲ ଦେଇ ତହୁଁ ଏକ ଚଢ଼ାକ୍ରମେ କେତେଦିନ ଫୁଲ ଦେଇଥିଲେ। ୧ଟଙ୍କାକୁ ପାଞ୍ଚ ୫ଗୋଟି ଲେଖାଏଁ ୬୪୮ ଟଙ୍କାରେ ଫୁଲ କିଣିଥିଲେ ।

 

ନିୟମ । ସମୁଦାୟ ପୁଷ୍ପକୁ ୨ରେ ଗୁଣି ବର୍ଗମୂଳ ନିଅ ଏହି ବର୍ଗମୂଲକୁ ଭାଗଶେଷରୁ ବିଯୁକ୍ତ କର ସେହି ବର୍ଗମୂଳ ନିର୍ଣ୍ଣୟଦିନ ସ୍ଥିର ହେବ ।

 

୧୨ ନମ୍ବର

 

ଠାବେକ ସରସୀ ଦୀର୍ଘ ଅଟେ ଶତହସ୍ତ

ଅଶୀହସ୍ତ ପ୍ରସ୍ଥ ତାର ଅଟଇ ନିଶ୍ଚିତ

ତଳ କ୍ଷେତ୍ର ଦୀର୍ଘ ବିଂଶ            ପ୍ରସ୍ଥ ହସ୍ତ ଯେ ଷୋଡ଼ଶ

ଗଭୀରତା ଅଟେ ତାର ଦ୍ୱାଦଶ ହସ୍ତ

ସୁବୋଧବାଳକେ ଶୁଣ ସ୍ଥିର କରି ଚିତ୍ତ

କେତେ ଘନହସ୍ତ ଜଳ ତହିଁ ହେବ ସ୍ଥିତ ।

 

ନିୟମ । ଉପର କ୍ଷେତ୍ରର କ୍ଷେତ୍ରଫଳ ଏବଂ ତଳକ୍ଷେତ୍ରର କ୍ଷେତ୍ରଫଳ ଏବଂ ଦୁଇ କ୍ଷେତ୍ରଫଳର ଗୁଣଫଳର ବର୍ଗମୂଳକୁ ଉଚ୍ଚତାର ତୃତୀୟାଂଶରେ ଗୁଣ କଲେ କ୍ଷେତ୍ରଫଳ ସ୍ଥିର ହେବ ।

 

୧୩ ନମ୍ବର

 

ଡମ୍ବରୁଧରପୂଜାରେ କେଉଁ ମହାଜନ

ଡକାଇ ବ୍ରାହ୍ମଣେ ଆଦ୍ୟେ କେତେ ଦେଲା ଦାନ

ହୃଦୟେ ବିଚାର କରି            ତହୁଁ ପାଞ୍ଚ ଚଢ଼ା ଧରି

କ୍ରମେ ଏହିପରି ଦେଲା ସେ ପନ୍ଦର ଦିନ

ସର୍ବସୁଦ୍ଧା ପାଞ୍ଚଶତ ପଞ୍ଚାଅଶୀ ଧନ

କହ ଛାତ୍ର ଆଦ୍ୟଦିନ କେତେ କଲା ଦାନ । ୧୩ ।

 

୧ ଜଣ ଦାତା ମହାଦେବଙ୍କୁ ପୂଜା କରି ସେ ପ୍ରଥମ ଦିନରେ କେତେ ଟଙ୍କା ଦାନ କରିଥିଲେ ଜଣା ନାହିଁ । ତହୁଁ ୫ ଚଢ଼ାକ୍ରମେ ୧୫ଦିନରେ ୫୮୫ଟ ଦାନ କରିଥିଲେ । ତେବେ ଆଦ୍ୟ ଦିନ କେତେ ଦାନ କରିଥିଲେ ।

 

ନିୟମ । ସର୍ବଧନକୁ ଶେଷ ୧୫ ଦିନରେ ଭାଗକର । ଏହିଭାଗଫଳରୁ ଶେଷ ୧୫ଦିନରୁ ୧ ବିଯୁକ୍ତ କରି ଚଢ଼ାରେ ଗୁଣି ଗୁଣ ଫଳର ଅର୍ଦ୍ଧାଂଶ ନେଲେ ଆଦ୍ୟ ଦାନ ଆସଇ ।

 

ଆଦ୍ୟ ୦, ଚଢ଼ା ୫ ; ଶେଷ ୧୫ ; ସର୍ବଧନ ୫୮୫ ୫୮୫÷୧୫=୩୯ ;

 

୧୪ ନମ୍ବର

 

ଢଳିଛି ଦାତାର ମନ ଦାନ କରିବାରେ;

ଚାରିମାଢ଼ ସ୍ୱର୍ଣ୍ଣ ଦେଲା ପ୍ରଥମ ଦିନରେ;

ତହୁଁ ପାଞ୍ଚ ଚଢ଼ା ଧରି            ମନରେ ବିଚାର କରି

କ୍ରମେ କେତେ ଦିନ ଦାନ କଲା ଏକପ୍ରକାରେ;

ପାଞ୍ଚଶ ପଞ୍ଚାଶି ମାଢ଼ ସ୍ୱର୍ଣ୍ଣ ବିପ୍ରବରେ;

ଦାନ କଲା କେତେ ଦିନେ ବିଚାର ସୁଧୀରେ । ୧୪ ।

 

ଜଣେ ଦାତା ୧ମ ଦିନରେ ୪ ମାଢ଼ ସ୍ପର୍ଶ ଦାନ କରି ତହିଁ ଆରଦିନ ୫ ଚଢ଼ା ୯ମାସ ଏହି କ୍ରମରେ ୫୮୫ ମାଢ଼ା କେତେ ଦିନରେ ଦାନ କଲେ ।

 

ନିୟମ । ସର୍ବଧନକୁ ଚଢ଼ାରେ ଗୁଣି ପୁଣି ୨ରେ ଗୁଣ । ଆଦ୍ୟ ଦାନକୁ ଚଢ଼ାର ଅର୍ଦ୍ଧବିଯୋଗ କର ଏହି ବିଯୁକ୍ତ ଫଳକୁ ବର୍ଗ କରି ଉପରୋକ୍ତ ଗୁଣଫଳରେ ଯୋଗକର, ଏହି ଯୋଗଫଳରୁ ଆଦ୍ୟଦାନ ବିୟୋଗ କର ତହିଁରେ ଚଢ଼ାର ଅର୍ଦ୍ଧ ଯୋଗକରି ତାକୁ ଚଢ଼ାରେ ହରଣ କଲେ ଫଳ ଆସିବ ।

 

ଆଦ୍ୟଦାନ ୪; ଚଢ଼ା ୫; ଶେଷ ୦; ସର୍ବଧନ ୫୮୫ ୫୮୫୫୨୫୮୫୦; ୪; () ୨; ୫୮୫୦୨୫୮୫୨୦; ୭୬ ୭୬୪୭୨; ୭୨ଚଢ଼ାଉ ଅର୍ଦ୍ଧ ୨୭୫; ୭୫୧୫

 

୧୫ ନମ୍ବର

 

ଆନନ୍ଦରେ ଦାନ କରେ କେଉଁ ନୃପବର

ଅଣାଇ ପନ୍ଦର ବେଦଜ୍ଞାତା ବିପ୍ରବର

ଦେଖିଣ ପ୍ରଥମ ଜଣ            ଦେଲା ଚାରିମାଢ଼ ସ୍ୱର୍ଣ୍ଣ

ତହୁଁ ପାଞ୍ଚ ଚଢ଼ା କ୍ରମେ ଦେଲେ ରାଜ୍ୟେଶ୍ୱର;

ସୁଶୀଳ-ବାଳକେ ଚିତ୍ତେ କରି ସୁବିଚାର;

କହ ଦାନପୂର୍ଣ୍ଣ-ସଂଖ୍ୟା କେତେ ହେବ ସ୍ଥିର । ୧୫ ।

 

୧ ଜଣେ ରାଜା ୧୫ଜଣଙ୍କ ବ୍ରାହ୍ମଣ ମଧ୍ୟରୁ ୧ମ ଜଣଙ୍କୁ ୪ ମାଢ଼ ଦେଇ ତହୁଁ ୫ ଚଢ଼ା କ୍ରମେ ୨ୟ ଜଣକୁ ୯ ମାଢ଼ ଏହି କ୍ରମରେ ସମସ୍ତଙ୍କୁ ଦେଲେ ସର୍ବସୁଦ୍ଧା କେତେ ଦାନ କଲେ ।

 

ଆଦ୍ୟ ଦାବ ୪; ଚଢ଼ା ୫; ଶେଷ ୧୫; ସର୍ବଧାନ ।

ନିୟମ । ଚଢ଼ା ବୃଦ୍ଧି ଲେଖାଶୁଣ । ଏକ ଉଣା କରି ବୃଦ୍ଧିରେ ଗୁଣ ।

ମୂଳ ମାଢ଼ ଦୁଗୁଣାଇଭର । ରାଶିରେ ଗୁଣି ବେନିରେ ହର

(୧୫୧)୫୭୦, ୭୦(୪୨)୭୮(୭୮୧୫)÷୨୫୮୫ ମା ୫୮୫ ସର୍ବଧନ ।

 

୧୬ ନମ୍ବର

 

ତୁଳି ପାଞ୍ଚଶତ ପଞ୍ଚାଅଶି ମାଢ଼ ସ୍ୱର୍ଣ୍ଣ,

ଆନନ୍ଦମନରେ ରୂପ ବିପ୍ରେ କଲେ ଦାନ ।

ପ୍ରଥମ ଦିନରେ ଚାରି            ମାଢ଼ ଦେଲେ ଦାନ କରି

ତହୁଁ କେତେ ଚଢ଼ା କରି ଦେଲେକ ବହନ;

କ୍ରମେ ଏପ୍ରକାରେ ଦେଲେ ସେ ପନ୍ଦର ଦିନ;

ଚଡ଼ା ସଂଖ୍ୟା ସ୍ଥିର କର ପ୍ରିୟଛାତ୍ରଗଣ । ୧୬ ।

 

ଜଣେ ରାଜା ୧ମ ଦିନ ୪ ମାଢ଼ ସ୍ୱର୍ଣ୍ଣ ଦେଇ ତହୁଁ କେତେ ଚଢ଼ା କରି ୧୫ ଦିନରେ ୫୮୫ ମାଢ଼ ଦାନ କରିଥିଲେ ।

 

ଆଦ୍ୟ ଦାନ ୪; ଚଢ଼ା ୦; ଶେଷ ୧୫; ସର୍ବଧନ ୫୮୫ ।

 

ନିୟମ । ସର୍ବଧନକୁ ଶେଷରେ ଭାଗ କରି ଆଦ୍ୟ ଦାନ ବିଯୁକ୍ତ କର ଏହି ଫଳକୁ ଶେଷରୁ ୧ ବିଯୁକ୍ତ କରି ତହିଁ ଅର୍ଦ୍ଧରେ ଭାଗ କଲେ ଚଢ଼ା ଆସିବ ।

 

(୫୮୫୧୫)÷୪=୩୫; (୧୫୧) ର ଅର୍ଦ୍ଧ=୭ ୩୫÷୭=୫ ଚଢ଼ା ଦାନ ।

 

୧୭ ନମ୍ବର

 

ଥିଲା ମୂଳ କଉଡ଼ୀ କେତେକ ସାଧବର,

ଗଣ୍ଡାକେ କ୍ରାନ୍ତେକ ସୁଧ ଏକଇ ଦିନର;

ଖାତକ ନେଲାକ ଋଣ            ଚକ୍ରବୃଦ୍ଧି ଧରି ପୁଣ

ଷୋଳ ଦିବସରେ ସୁଧ ମୂଳ କରି ସ୍ଥିର;

ପଣେ ଅଠରଗଣ୍ଡା ଯେ ହେଲା ସାଧବର;

କହ ପ୍ରିୟ ଛାତ୍ରେ କେତେ ଅଟେ ମୂଳ ତାର । ୧୭ ।

 

ମୂଳ କଉଡ଼ୀ କେତେକ ଗଣ୍ଡା ଚକ୍ର ବୃଦ୍ଧି ହିସାବରେ ୧ ଦିନକୁ ଗଣ୍ଡାକେ ୧ ତ୍ରାନ୍ତ ସୁଧ ସ୍ଥିର କରି କର୍ଜ୍ଜ ଦେଇଥିଲା ଯେ ୧୭ ଦିନରେ ଅସଲ ସୁଧ ମିଶି ପଶେ ଅଠରଗଣ୍ଡା ହେଲା ।

 

ନିୟମ । ସମୁଦାୟ ଦିବସରୁ ୧ ବିଯୁକ୍ତ କରି ଦିବସ ସଖ୍ୟାର ଅର୍ଦ୍ଧେକ ଗୁଣକରି ଦିନକର ସୁଧରେ ଗୁଣ ଭକ୍ତ ଗୁଣ ଫଳରେ ସମୁଦାୟ ଦିବସସଂଖ୍ୟା ଯୋଗକରି ସମୁଦାୟ ଅସଲ ସୁଧର ବିଯୁକ୍ତ କଲେ ଫଳ ସ୍ଥିର ହେବ ।

 

(୧୬୧)୧୨୦; ୧୨୦ସୁଧ ୧ ତ୍ରାନ୍ତେ୧୨୦ ତ୍ରାନ୍ତ୪୦ କଡ଼ା୧୦ଗଣ୍ଡା ଗଣ୍ଡା=୩୮ ଗଣ୍ଡା ୩୮ (୧୦୧୬ ଦି୧ସ)=୧୨ ଗଣ୍ଡା ମୂଳ କଉଡ଼ି ।

 

୧୮ ନମ୍ବର

 

ଦ୍ୱାଦଶ-ଗଣ୍ଡା ଯେ ମୂଳ ଦେଇଥିଲା ଧାର

ଦିନକୁ ଗଣ୍ଡାକେ ତ୍ରାନ୍ତେ ସୁଧ ସାଧବର

ଚକ୍ରବୃଦ୍ଧି ଧରି ମନେ            ଏପ୍ରକାରେ ଷୋଳଦିନେ

ସୁଧ ମୂଳ ମିଶି ଦୁହେଁ କେତେ ହେବ ସ୍ଥିର

ସୁଶୀଳବାଳକେ ମନେ କରି ସୁବିଚାର

ଆଜି ମୂଳ ହେବ ଗତି-କାଳୀ କଳନ୍ତର ।

 

୧୨ ଗଣ୍ଡା କଉଡ଼ି ୧ଦିନକୁ ୧ ଗଣ୍ଡା କେ ତ୍ରାନ୍ତେ ସୁଧ ଧରି ଚକ୍ରବୃଦ୍ଧି ହିସାବରେ କର୍ଜ ଦେଇଥିଲା ୧୬ ଦିନରେ କେତେ ହେବ ।

 

ନିୟମ । ଦିବସ ସଂଖ୍ୟାରୁ ୧ ବିଯୁକ୍ତ କିରି ଦିବସ ସଂଖ୍ୟାର ଅର୍ଦ୍ଧକରେ ଗୁଣକରି ୧ ଦିନର ସୁଧରେ ଗୁଣକର । ଏହି ଗୁଣଫଳରେ ସମୁଦାୟ ଦିବସ ସଂଖ୍ୟା ଯୋଗକଲେ ସୁଧ ଆସିବ ।

 

୧୯ ନମ୍ବର

 

ଧନ ଥିଲା ତେଇଶ ହଜାର ଏକଶତ

ତିନିପୁତ୍ର ଚାରିକନ୍ୟା ତାହାର ବିଦିତ

ତିନିକନ୍ୟା ସମଅଂଶ            ଜ୍ୟେଷ୍ଠ ଅଧିକ ତିନିଶ

କନ୍ୟାଠାରୁ ତୃତୀୟାଂଶ ବେଶି ନେବେ ପୁତ୍ର

ପୁତ୍ରମାନେ ସମାନାଂଶ ହୋଇବେ ପ୍ରାପତ

କହ କିଏ କେତେ ନେଲା ହୋଇ ହୁଷ୍ଟଚିତ୍ତ । ୧୯ ।

 

୧ ଜଣେ ମହାଜନର ୨୩୧୦୦ଟଙ୍କା ଥିଲା ତାହାର ୩ ପୁତ୍ର କନ୍ୟା ୪ ଥିଲେ ସେ ଏହି ପ୍ରକାରେ ଭାଗ କରିଦେଲା।ଜିନିଷ କନ୍ୟା ପ୍ରତ୍ୟେକ ଯେତେଟଙ୍କା ପାଇବେ; ଜ୍ୟୋଷ୍ଠକନ୍ୟା ତାହାଠାରୁ ଟଙ୍କା ୩୦୦ ଅଧିକ ପାଇବ । ଜ୍ୟେଷ୍ଠକନ୍ୟା ଯେତେ ପାଇବ ପ୍ରତ୍ୟେକ ପୁତ୍ର ତେତେ ଓ ତହିଁରୁ ଭାଗ ୩ ଏକଭାଗ ଅଧିକ ପାଇବେ ।

 

କନିଷ୍ଠ କନ୍ୟା = ଭାଗ ୩ ଜ୍ୟୋଷ୍ଠ କନ୍ୟା=ଭାଗ ୧+ ଟଙ୍କା ୩୦୦ ପ୍ରତ୍ୟେକ ପୁତ୍ର = ଭାଗ ୧+୩୦୦+୩; ପୁତ୍ର = ଭାଗ ୩+୯୦୦+ଭାଗ

 

ନମ୍ବର ୨୦

 

ନିଜ ସମ୍ପତ୍ତିକୁ ତୃତୀୟାଂଶ ରଖିବାର

ଚତୁର୍ଥାଂଶ ପତ୍ନୀକି ଯେ ଦେଲା ସାଧୁବର

କନିପୁତ୍ରଙ୍କୁ ଡ଼କାଇ            ଅବଶିଷ୍ଟ ଟଙ୍କା ଦେଇ

ଜ୍ୟେଷ୍ଠ ପଞ୍ଚମାଂଶ ଚତୁର୍ଥାଂଶ ମଧ୍ୟମର

କନିଷ୍ଠର ତୃତୀୟାଂଶ ସମତିନିଙ୍କର

ସାତଶ ପଞ୍ଚାଶ ଟଙ୍କା ବୁଝହେ ସୁଧୀର । ୨୦ ।

 

ଜଣେ ମାଧବ ସମସ୍ତ ସମ୍ପତ୍ତିରୁ ଆପଣା ନିମନ୍ତେ ତୃତୀୟାଂଶ ଅଂଶ ମଧ୍ୟମ ପୁତ୍ରର ଅଂଶ ଏବଂ କନିଷ୍ଠର ଅଂଶ ସମାନ ଭାଗରେ ମିଶି ଟଙ୍କା ୭୫୦ ତେବେ କାହାଅଂଶ କେତେ ।

 

ସମୁଦାୟ

୭୨୦୦

ଜ୍ୟେଷ୍ଠପୁତ୍ର

୧୨୫୦

ନିଜନିମନ୍ତେ

୨୪୦୦

ମଧ୍ୟମ ପୁତ୍ର

୧୦୦୦

ପତ୍ନୀକୁ

୧୮୦୦

କନିଷ୍ଠ ପୁତ୍ର

୭୫୦

 

୨୧ ନମ୍ବର

 

ପ୍ରଭାତରେ ଭଙ୍ଗମାନେ ଦଳବଦ୍ଧ ହୋଇ

ପ୍ରସ୍ଫୁଟିତ ଦେଖି କାଞ୍ଜ ଏକେ ଏବେ ଯାଇ

ସଦ୍‌ଗୁଣରେ ବସିଲେ            ବିଂଶ ଭ୍ରମର ବଳିଲେ

ଦୁଇ ଦୁଇରେ କୋଡ଼ିଏ ପଙ୍କଜ ବଳଇ

କହ ପ୍ରିୟ ପତ୍ର ବୃନ୍ଦ ଭାଙ୍ଗ ସଂଖ୍ୟା ତହିଁ

ଭ୍ରମରଙ୍କ ସଂଖ୍ୟା କେତେ ବୁଝ ମନ ଦେଇ । ୨୧ ।

 

ଗୋଟିଏ ପୋଖରୀରେ ଯେତେକ ପଦ୍ମଫୁଲ ଫୁଟିଥିଲା ଫୁଲ ଗୋଟିକେ ଗୋଟିଏ ଲେଖାଏଁ ଭ୍ରମର ବସିବାରୁ ୨୦ ଗୋଟି ଭ୍ରମର ବଳିଲେ ୨ ଗୋଟି ଲେଖାଏଁ ବସିଲେ ୨୦ ଗୋଟି ଫୁଲ ବଳିଲା । ଭ୍ରମର ଓ ଫୁଲ ସଂଖ୍ୟା କେତେ ଲେଖାଏଁ ।

 

୨୨ ନମ୍ବର

 

ଫଳିଛି ଆମ୍ବ ପନସ ଗୁଆ ଯେ ଜମ୍ବିଲ

ନାରିକେଳ ଆଦି ଫଳ ବଗିଚା ମଧ୍ୟର

ଟଙ୍କା କରେ ଆମ୍ବ ଶହେ            ପନସ ପୋଲଟି ଦିଏ

ଗୁଆ ଜମ୍ବିଲ ଦୁଇଶ ଅଶି ନାରିକେଳ

ସମଭାଗେ ତୋଳିଅଛି ସବୁଜାତି ଫଳ

ସାତଶ ଷାଠିଏ ଟଙ୍କା ସମସ୍ତର ମୂଲ୍ୟ । ୨୨ ।

 

ଜଣେ ୧ ବଗିଚା ମଧ୍ୟରୁ ଆମ୍ବ, ପଣଷ, ନଡ଼ିଆ, ଜମ୍ବିଲ; ସବୁ ଫଳ ସମାନ ଭାଗରେ ତୋଳି ଜମା କଲା । ଟଙ୍କା ୧ କରେ ଆମ୍ବ ୧୦୦ ପଣଷ ୧୬, ନଡ଼ିଆ ୮୦, ଗୁଆ ୨୦୦, ଜମିଲ ୨୦୦ ଦରରେ ବିକ୍ରି କରି ଟ୭୬୦୧ ଙ୍କା ପାଇଲା । ତେବେ ସମସ୍ତ ଫଳର ସଂଖ୍ୟା କେତେ ଲେଖାଏଁ

 

୨୩ ନମ୍ବର

 

ବନପତିଠାରୁ ମୃଗ ଅଶିଗଜ ଦୂରେ;

ବିଲୋକି ପଳାଏ ଦଶକୋଶ ଘଣ୍ଟାକରେ;

ମୃଗ ପଳାଇବା ଜାଣି             ସିଂହ ଗୋଡ଼ାଇଲା ପୁଣି

ଧଇଲା ତାହାକୁ ଚାରିଘଣ୍ଟା ସମୟରେ;

କେତେ ପଥ ଗଲା ସିଂହ ଘଣ୍ଟାକ ମଧ୍ୟରେ;

କର ହେ ସୁବୋଧ ଶିଶୁ ଆନନ୍ଦ ମନରେ । ୨୩ ।

 

ମୃଗ ଆଗେ ଘଣ୍ଟା ୧+୪=୫

 

୨୪ ନମ୍ବର

 

ଭାନୁ ଗ୍ରହଣ ସମୟେ କେତେ ବିପ୍ରବର

ଭୁପତିଙ୍କ ସମୀପକୁ ଗଲେକ ସତ୍ୱର

ଘଣ୍ଟାରୁ ଅଣାର ଧନ            ତିନି ତିନି ଟଙ୍କା ଦାନ

ଦେଲେ ବିଂଶ ଟଙ୍କା ବେଶି ହେଲା ନୃପଙ୍କର

ଚାରି ଦେଲେ ବିଂଶ ଟଙ୍କା ନ ଅଣ୍ଟେ ସୁଧୀର

ଟଙ୍କା ସଂଖ୍ୟା ବିପ୍ର ସଂଖ୍ୟା କେତେ କର ସ୍ଥିର । ୨୪ ।

 

୧ ଜଣେ ରାଜା କେତେଜଣ ବ୍ରାହ୍ମଣଙ୍କୁ ଦେଖି ୧ ଜଣକେ ୩ ଟଙ୍କା ଲେଖାଏଁ ଦେବାରେ ତାହାଙ୍କ ଦତ୍ତ ଟଙ୍କାରୁ ଟ ୨୦ ଟଙ୍କା ବେଶି ହେଲା । ଜଣକୁ ୧ ଟଙ୍କା ୪ଟଙ୍କା ଲେଖାଏଁ ଦେଲେ ଟଙ୍କା ୨୦ କମ ଦେଲା । ଟଙ୍କା ଓ ବିପ୍ର ସଂଖ୍ୟା କେତେ ?

 

୨୫ ନମ୍ବର

 

ମରୁତନନ୍ଦନ ଏକ ପର୍ବତ ଭାଙ୍ଗିଲା

ମନକ୍ରୋଧେ ଅର୍ଦ୍ଧଭାଗ ଉର୍ଦ୍ଧେ ଫୋପାଡ଼ିଲା

ଚତୁର୍ଥାଂଶ ସଲିଳରେ             ଅଷ୍ଟମାଂଶ ଯେ ପଙ୍କରେ

ଉପବୁଲୁ ଆଉ ପୀହୟ ଯେ ରହିଲା

ପର୍ବତ ଉଳ ପ୍ରଥମେ କେତେ ହସ୍ତ ଥିଲା

 

କେତେକ ହସ୍ତ ତହିଁର ନଷ୍ଟ ହୋଇଗଲା । ୨୫ ।

ସମୁଦାୟ ୧ – (++ ) = ଭାଗ () = ୧ :୧/୮ : ୧ : : : : ଅ; ୮ × ୫ = ୪୦ ହାତ ଉଚ୍ଚ ।

 

୨୬ ନମ୍ବର

 

ଜାହାଜର ମୂଲ୍ୟ ଅଟେ ଟଙ୍କା ଦୁଇ ଶତ

ଦୁଇଜଣ ଯାଇଥିଲେ କିଣିବା ନିମିତ୍ତ

ପ୍ରଥମ ଦ୍ୱିତୀୟେ ବୋଲେ      ତୋର ତୃତୀୟାଂଶ ଦେଲେ

ମୁହିଁ ନେବି କ୍ରୟ କରି ହୋଇ ଆନନ୍ଦିତ

ସେ ବୋଲଇ ତୋ ଅର୍ଦ୍ଧାଂଶ ମୋ ଟଙ୍କାସହିତ

ଯୋଗ କଲେ ମୁଁ କିଣିବି ଜାହାଜ ତୁରିତ ।୨୬।

 

ଖଣ୍ଡେ ଜାହାଜର ମୂଲ୍ୟ ଟ ୩୦୦୧ ଙ୍କା । ୧ମ ଜଣ ୨ୟ ଜଣକୁ କହିଲା ତୋ ଟଙ୍କାରୁ ଭାଗ ୩ ଭାଗ ୧ ଦେଲେ ନେବି । ସେ କହିଲା ତୋ ଟଙ୍କା ଅର୍ଦ୍ଧାଂଶ ଦେଲେ ମୁଁ ନେବି । କାହାଠାରେ କେତେ ଟଙ୍କା ଅଛି ।

 

୧ମ ଭାଗ + ୩ୟ ଭାଗ = ୩୦୦ ଟଙ୍କା ୨ୟ ଭାଗ + = ୩୦୦ ଟଙ୍କା ଏ ସମସ୍ତଙ୍କୁ ସମସ୍ତ ଅଂଶର ଲଘିଷ୍ଠ ସାଧାରଣ ଗଣିତକ ୬ରେ ଗୁଣ ୬ ଗୁଣ ୧ମ ଭାଗ + ୨ ଗୁଣ ୨ୟ ଭାଗ = ୨୮୦୦ ୨ ଗୁଣ ୨ୟ ଭାଗ + ୧ମ ଭାଗ = ୮ ଭାଗ ....ଗୁଣ ୧ମ ଭାଗ = ୧୨୦୦ ୧ମ ଭାଗ = ୨୪୦ ୨ ଗୁଣ ୨ୟ ଭାଗ + ୧ ଭାଗ = ୬୦୦ ୨ୟ ୨ୟ ଭାଗ = ୬୦୦-୨୪୦-୩୬୦ ୨ୟ ଭାଗ- ୧୮୦ ।

 

୨୭ ନମ୍ବର

 

ରହିଅଛି ପରିପୂର୍ଣ୍ଣ ହୋଇ ସରୋବର

ଚାରିଦିଗେ ଚାରିଗୋଟି ମୁହାଣ ତାହାର

ପ୍ରଥମ ମୁହାଁଣ ହାଣି            ଘଣ୍ଟାକରେ ସୁଖେ ପାଣି

ତୃତୀୟେ ଦିଘଣ୍ଟା ଭିନ ଘଣ୍ଟା ତୃତୀୟର;

ଚତୁର୍ଥେ ଚାରିଘଣ୍ଟାରେ ଯାଏ ସବୁ ବାର;

ଚାରିଦ୍ୱାରେ କେତେ ଦଣ୍ଡେ ଶୁଷ୍କ ହେବ ସର ।୨୭।

 

ପୋଖରି ଗୋଟିକୁ ଚାରି ମୁହାଁଣ; ପ୍ରଥମ ମୁହାଁଣ ହାଣିଲେ ୧ମ ୨ୟ ମୁହାଁଣେ ୨ ଘଣ୍ଟା, ୩ୟ ମୁହାଁଣେ ଘ ୩ ଘଣ୍ଟା, ୪ର୍ଥ ମୁହାଁଣେ ୪ ଘଣ୍ଟାରେ ଶୁଷ୍କ ହୁଏ ସମୁଦାୟ ମୁହାଁଣ ହାଣିଲେ କେତେ ସମୟରେ ଶୁଷ୍କ ହେବ ।

୧ମ ମୁଁ ଘ ୧ କେ ସମୁଦାୟ ଜଳ ୨ୟ ମୁହାଁଣେ ଘ ୧ ଯାକେ ୩ୟ ମୁହାଁଣେ ୪ର୍ଥ ମୁହାଁଣେ, ୧ + ୨+ ୩+ ୪ = ଭାଗ । ୧ ଘଣ୍ଟା = ୨୦ ଦଣ୍ଡ : : ଅ; : : ୧×୨ = ୧ଦଣ୍ଡ = ଦ ୧ ଦଣ୍ଡ = ଦ ୧ । ୧୨ ଲିତା

 

୨୮ ନମ୍ବର

 

ଲମ୍ବୋଦର ପୂଜାପାଇଁ ଚାଳିଶ ବରଣ

ଦ୍ୱିଜଣ ସେବକେ ନେଲେ କେତେ କେତେ ଧାନ

ପ୍ରଥମର ତୃତୀୟାଂଶ      ଦ୍ୱିତୀୟର ପଞ୍ଚମାଂଶ

ମିଶାଇ ବୁଝିଲେ ହେଲା ସେ ଦଶଭରଣ

କାହା ଦ୍ୱାରା କେତେ ହେବ କରି ଭିନ୍ନ ଭିନ୍ନ

କହ ସେ ସୁବୋଧ ଶିଶୁ ସ୍ଥିର କରି ମନ ।୨୮।

 

୪୦ ଭରଣ ଧାନକୁ ଏପରି ୨ଭାଗ କରି ୧ମର ଅଂଶ + ୨ୟର ଅଂଶ – ୧ ଭରଣ ହେବ ।

୧ମ ଭାଗ + ୨ୟ ଭାଗ = ୧୦+ ୧ମ ଭାଗ + ୩ୟ ଭାଗ = ଟ ୦ ।

 

ଗୁଣ ୧ମ ଭାଗ + ୨ୟ ଭାଗ + ୩ଗୁଣ ୨ୟ ଭାଗ = ୧୨୦ ୩ଗୁଣ ୧ମ

+୩ ଗୁଣ ୨ୟ ୧୨୦ ୨ଗୁଣ ୧ମ ଭାଗ ୩୦; ୧ମ ଭାଗ ୧୫ ଭରଣ । ପୁଣି ଗୁ ୫ ଣ ୧ମ ଭାଗ+ ୩ ଗୁଣ ୨ୟ ଭାଗ ୧୫୦ ଗୁଣ ୧ମ ଭାଗ+ ୫ ଗୁଣ ୨ୟ ଭାଗ ୨୦୦.. ୨ଗୁଣ ୨ୟ ଭାଗ ୫୦ ୨ୟ ଭାଗ ୨୫ଭରଣ ।

 

୨୯ ନମ୍ବର

 

ବଗିଚା ଆମ୍ବ ପନପ ଗୁଆ ନାରୀକେଳ;

ଲଗାଏ ବିଂଶ ଦସ୍ତିରେ ଭୂମି କରି ସ୍ଥିର,

ବୃକ୍ଷ କ୍ରମେ ଦଶ ଆଠ      ଛଅ ଚାରି ଦୀର୍ଘ ପ୍ରସ୍ଥ

ଏତେ ହସ୍ତ ଦୁରେ ବୃକ୍ଷ ରୋପଲ ସତ୍ୱର ଦୁଇମାଣ ଚାରିଗୁଣ ଜମିର ମଧ୍ୟର

କେତେ କି ଗଛ ଲାଗିବ କହବେ ସୁଧୀର । ୨୯ ।

 

ଆମ୍ବ ଗଛ ଗୋ ୧ ଟିକୁ ଦୀର୍ଘ ହା ୧୦ ପ୍ରତି ହା ୧୦

ପଣସଗଛ ଗୋ ୧ ଟିକୁ ଦୀର୍ଘ ହା ୮ ପ୍ରତି ହା ୮

ନଡ଼ିଆଗଛ ଗୋ ୧ ଟିକୁ ଦୀର୍ଘ ହା ୬ ପ୍ରତି ହା ୬

 

ଗୁଆଗଛ ଗୋ ୧ ଟିକୁ ଦୀର୍ଘ ହା ୪ ପ୍ରତି ହା ୪ ଛଡ଼ାରେ ଲଗାଇଲେ ଦ ୨୯ ସ୍ତି ପଦାକରେ ମା ୨ ।୪ ଜମିରେ କେତେ ଲେଖାଏଁ ଗଛ ଲାଗିବ ।

 

ଆମ୍ବଗଛ ଗୋ ୧ ଟିକୁ ଦୀର୍ଘ ହା ୧୦ ପ୍ରତି ହା ୧୦ ୧୦୦ବର୍ଗହସ୍ତ

ପନସଗଛ ଗୋ ୧ ଟିକୁ ଦୀର୍ଘ ହା ୮ ପ୍ରତିହାର ହା ୮ ୬୪ ବର୍ଗହସ୍ତ

ନଡ଼ିଆଗଛ ଗୋ ୧ ଟିକୁ ଦୀର୍ଘ ହା ୬ ପ୍ରତିହାର ହା ୬ ୩୬ ବର୍ଗହସ୍ତ

ଗୁଆଗଛ ଗୋ ୧ ଟିକୁ ଦୀର୍ଘ ହା ୪ ପ୍ରତିହାର ହା ୪ ୧୬ ବର୍ଗହସ୍ତ

୧୦୦ । ୬୪ + ୩୬+ ୧୬ ୨୧୬

୫୪ ୪୦୦ ୨୧୬୦୦ ବର୍ଗହସ୍ତ  ୨୧୬୦୦ ୨୧୬ ୧୦୦

ପ୍ରତ୍ୟେକଗଛରୁ ୧୦୦ ଲେଖାଏ ଲାଗିବ ।

 

୩୦ ନମ୍ବର

 

ଶିବ ଦରଶନ କରୁଥିଲେ କେ ରାଜନ;

ସେବକେ ମିଳିଲେ ତହିଁ ଚଦ୍ୱାରିଂଶ ଜଣ;

ସମସ୍ତଙ୍କୁ ଦେଲେ ଦାନ      କ୍ରମରେ ଚଢା ଧରିଣ

ପ୍ରଥମ ଜ ଣ ପାଇଲା ଚାରିମାଢ଼ ସୂର୍ଣ୍ଣ;

ଚାରିହଜାର ଷାଠିଏ ମାଢ଼ ଦେଲେ ଦାନ;

କେତେ ଚଢ଼ାକ୍ରମେ ନେଲେ ସେ ସେବକ ଜନ । ୩୦ ।

 

ଆଦ୍ୟ ଦାନ ୪; ଚଢ଼ା ୦; ଶେଷ ୪୦ଜଣ, ସର୍ବଧନ ୪୦୬୦ ୧୬ ନମ୍ବର ଅଙ୍କର ନିୟମ ଦେଖ (୪୦୬୦୪୦)- ଆଦ୍ୟଦାନ ୪ ୯୭ ୧/୨; ୧୯ ୯୭ ୧୯ ୫ ଚଢ଼ାକ୍ରମେ ଦାନ କରିଥିଲେ ।

 

୩୧ ନମ୍ବର

 

ସନ୍ତୋଷେ ବିପ୍ରମାନଙ୍କୁ ଡାକି ନୃପବର;

ଚାରିହଜାର ଷାଠିଏ ମାଢ଼ ସ୍ୱର୍ଣ୍ଣ ସ୍ଥିର;

ଆଦ୍ୟେ ଚାରିମାଢ଼ ଦାନ      ତହୁଁ ପାଞ୍ଚ ଚଢ଼ା ପୂଣ

ଏହିରୂପେ ଧନ ନେଲେ ସର୍ବ ଦ୍ୱିଜବର;

ଆନନ୍ଦରେ ଗଲେ ସବୁ ଯେ ଯାହା ମନ୍ଦିର;

ବିପ୍ର ସଂଖ୍ୟା କେତେ ହେବ ଶୀଘ୍ର କର ସ୍ଥିର । ୩୧ ।

 

ଆଦ୍ୟଦାନ ୪; ଚଢ଼ା ୫; ଶେଷ ୦; ସର୍ବଧନ ୪୦୬୦ ୧୪ ନମ୍ବର ଅଙ୍କର ନିୟମ ଦେଖ ୪୦୬୦ ୫ ୨ ୪୦୬୦୦

 

ଆଦ୍ୟଦାନ ୪- ଚଢ଼ାର ଅର୍ଦ୍ଧ ; (୩) ୫ ୨

୪୦୬୦୨ + ୨   ୪୦୬୦୨ ;   ୨୦୧;

୨୦୧;- ଆଦ୍ୟଦାନ ୪  ୧୯୭ , ୧୯୭ +ଚଢ଼ାର ଅର୍ଦ୍ଧ

୨୦୦; ୨୦୦ ଚଢ଼ା ୫ ୪୦ ଜଣ ।

 

୩୨ ନମ୍ବର

 

ଶେଷ ଚାଳିଶ ଦଳରେ ଦାନ ସର୍ବଧନ;

ଚାରିହଜାର ଷାଠିଏ, ମାଢ଼ ଯେ ସୁବର୍ଣ୍ଣ;

କେତେ ମାଢ଼ ଆଦ୍ୟଦିନ                  ରାଜା କରିଥିଲେ ଦାନ

ତହୁଁ କ୍ରମେ ପାଞ୍ଚ ଚଢ଼ାଦେଲେକ ବହନ;

ବିପ୍ରେ ଗଲେ ହରିଷିତେ ଯେ ଯାହା ସଦନ;

ସ୍ଥିର କର ରାଜାଙ୍କର କେତେ ଆଦ୍ୟଦାନ । ୩୨ ।

 

ଆଦ୍ୟଦାନ ୦; ଚଢ଼ା ୫; ଶେଷ ୪୦; ସର୍ବଧନ ୪୦୬୦ ନ ୧୩ ମ୍ବର ଅଙ୍କର ନିୟମ ଦେଖ ୪୦୬୦

 

୩୩ ନମ୍ବର

 

ହରିଅରିଗ୍ରାସସମୟରେ ନୃପମଣି

ହରଷେ ଚାଳିଶଜଣ ବିପ୍ର ଡ଼ାକି ଆଣି

ପ୍ରଥମ ଜଣେ କାଞ୍ଚନ             ଦେଲେ ଚାରିମାଡ଼ ଦାନ

ତହୁଁ ପାଞ୍ଚ ଚଢାକ୍ରମେ ଦେଲେ ତାଙ୍କୁ ଗଣି

ହୃଷ୍ଟ ହୋଇ ବିପ୍ରେ-ତହୁଁ ଧନ ନେଲେ ପୁଣି

କହ ହେ ଚତୁର ସର୍ବ ଧନ କେତେ ଜାଣି । ୩୩ ।

 

ଆଦ୍ୟ ଦାନ ୪; ଚଢା ୫ ଶେଷ ୪୦; ସର୍ବଧନ କେତେ ନ ୧୫ ମ୍ବର ଅଙ୍କର ନିୟମ ଦେଖ । (୪୦୧)

 

୩୪ ନମ୍ବର

 

ଛେଦି ରଖିଲା ଗୋପାଳ ଏକଶତ ଘର

ଘରଶକଡ଼ା ଗୋଟିକ ବର୍ଜନ ତାହାର

ପ୍ରଥମ ଘରର ହଳେ            ଦ୍ୱିତୀୟ ଦ୍ୱିହଳ ଧରେ

ତୃତୀୟ ଘର ତ୍ରିହଳ ଚଢା ଏକ୍ରମର

କେତେକ ହଳ ହୋଇବେ ସମସ୍ତ ଛାଗଳ

ବର୍ଷକୁ ବେତନ କେତେ ହୋଇବ ତାହାର । ୩୪ ।

 

ନ ୧୫ ମ୍ବର ଅଙ୍କର ନିୟମ ଦେଖ ।

 

-----ସମାପ୍ତ------